ସାମ୍ପ୍ରତିକ

ସମ୍ବାଦ ଓ ସୂଚନା

ରାଧା ଗୋବିନ୍ଦ ଧାମର ସମ୍ବାଦ, ଘୋଷଣା ଓ ବିବରଣୀ ।

ରାଧା ଗୋବିନ୍ଦ ଧାମର ଅଫିସିଆଲ୍ ୱେବସାଇଟ୍ ଲଞ୍ଚ: ଡିଜିଟାଲ ମାଧ୍ୟମରେ ବିସ୍ତାର ହେବ ଆଧ୍ୟାତ୍ମିକ ଚେତନା

ରାଧା ଗୋବିନ୍ଦ ଧାମ, ହିଞ୍ଜିଳିକାଟୁ ପକ୍ଷରୁ ପବିତ୍ର ବିଜୟା ଦଶମୀ ଅବସରରେ ଏହାର ଆଧିକାରୀକ ୱେବସାଇଟ୍ https://radhagobindadham.in ସଫଳତାର ସହ ଲଞ୍ଚ କରାଯାଇଛି। ଏହି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଶ୍ରଦ୍ଧାଳୁମାନେ ପ୍ରତି ରବିବାର ସକାଳେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ସତ୍ସଙ୍ଗ, ଆଗାମୀ କାର୍ଯ୍ୟକ୍ରମ, ଫଟୋ ଗ୍ୟାଲେରୀ ଏବଂ ସୁରକ୍ଷିତ ଡିଜିଟାଲ୍ ଦାନ ସମ୍ବନ୍ଧୀୟ ସମସ୍ତ ସୂଚନା ସହଜରେ ପାଇପାରିବେ। ଅନୁଷ୍ଠାନର ଆଧ୍ୟାତ୍ମିକ ବାର୍ତ୍ତା ଓ ମାନବ ସେବାର ମୂଳ ଲକ୍ଷ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପରିଚାଳନା କମିଟି ପକ୍ଷରୁ ଏହି ପ୍ରୟାସ କରାଯାଇଛି।