ସମସ୍ତ ସମ୍ବାଦକୁ ଫେରନ୍ତୁ

ରାଧା ଗୋବିନ୍ଦ ଧାମର ଅଫିସିଆଲ୍ ୱେବସାଇଟ୍ ଲଞ୍ଚ: ଡିଜିଟାଲ ମାଧ୍ୟମରେ ବିସ୍ତାର ହେବ ଆଧ୍ୟାତ୍ମିକ ଚେତନା

ହିଞ୍ଜିଳିକାଟୁ: ପବିତ୍ର ବିଜୟା ଦଶମୀର ଶୁଭ ଅବସରରେ ‘ରାଧା ଗୋବିନ୍ଦ ଧାମ’ ଆଧ୍ୟାତ୍ମିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହାର ଆଧିକାରୀକ ୱେବସାଇଟ୍ https://radhagobindadham.in ସଫଳତାର ସହ ଲଞ୍ଚ କରାଯାଇଛି। ବୈଞ୍ଚବଣିଆ ଶ୍ରୀରାମ ମନ୍ଦିର ପରିସରରେ ଅବସ୍ଥିତ ଆମ ଅନୁଷ୍ଠାନର ସେବା, ଆଧ୍ୟାତ୍ମିକ ଚେତନା ଏବଂ ଭକ୍ତିର ବାର୍ତ୍ତାକୁ ଡିଜିଟାଲ ମାଧ୍ୟମରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ପ୍ରୟାସ କରାଯାଇଛି ।

ଏହି ନୂତନ ୱେବସାଇଟ୍ ମାଧ୍ୟମରେ ଶ୍ରଦ୍ଧାଳୁ ଓ ସ୍ୱେଚ୍ଛାସେବୀମାନେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସହ ସହଜରେ ଯୋଡ଼ି ହୋଇପାରିବେ । ଏଥିରେ ପ୍ରତି ରବିବାର ସକାଳ ୭ଟାରୁ ଅନୁଷ୍ଠିତ ହେଉଥିବା ‘ସାପ୍ତାହିକ ସତ୍ସଙ୍ଗ’, ଆଗାମୀ ପର୍ବପର୍ବାଣି, ସେବା କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ସ୍ମୃତି ବହନ କରୁଥିବା ‘ଫଟୋ ଗ୍ୟାଲେରୀ’ ଉପଲବ୍ଧ ରହିଛି । ଏହା ସହିତ, ଅନୁଷ୍ଠାନର ସେବା କାର୍ଯ୍ୟରେ ସହଯୋଗ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ‘ଡିଜିଟାଲ ଦାନ’ ବ୍ୟବସ୍ଥା ମଧ୍ୟ ସୁରକ୍ଷିତ ଭାବେ ପ୍ରଦାନ କରାଯାଇଛି ।

ଅନୁଷ୍ଠାନର ପରିଚାଳନା କମିଟିର ମୁଖ୍ୟ କର୍ମକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ଆଶା ପ୍ରକଟ କରିଛନ୍ତି ଯେ, ଏହି ୱେବସାଇଟ୍ ଆମ ସମାଜରେ ଆଧ୍ୟାତ୍ମିକତା ଓ ମାନବ ସେବାର ମୂଳ ଲକ୍ଷ୍ୟକୁ ଆହୁରି ସଦୃଢ଼ କରିବ। ଶ୍ରୀ ରାଧା ଗୋବିନ୍ଦଙ୍କ କୃପା ଲାଭ କରିବା ପାଇଁ ଏବଂ ଅନୁଷ୍ଠାନ ସହ ସଦାସର୍ବଦା ଯୋଡ଼ି ହୋଇ ରହିବା ପାଇଁ ଆଜି ହିଁ ଆମର ଅଫିସିଆଲ୍ ପୋର୍ଟାଲ୍ ଭିଜିଟ୍ କରନ୍ତୁ ।

ଜୟ ଶ୍ରୀ ରାଧେ କୃଷ୍ଣ!